ବନ୍ଦେ ଉତ୍କଳ ଜନନୀ SONG
ବନ୍ଦେ ଉତ୍କଳ ଜନନୀ , ଚାରୁ ହାସମୟୀ ଚାରୁ ଭାଷମୟୀ , ଜନନୀ , ଜନନୀ , ଜନନୀ॥ ପୂତ - ପୟୋଧି - ବିଧୌତ - ଶରୀର , ତାଳତମାଳ - ସୁଶୋଭିତ - ତୀର , ଶୁଭ୍ର ତଟିନୀକୂଳ - ଶୀଖର - ସମୀର , ଜନନୀ , ଜନନୀ , ଜନନୀ॥ ଘନ ଘନ ବନଭୂମି ରାଜିତ ଅଙ୍ଗେ , ନୀଳ ଭୂଧରମାଳା ସାଜେ ତରଙ୍ଗେ , କଳ କଳ ମୁଖରିତ ଚାରୁ ବିହଙ୍ଗେ , ଜନନୀ , ଜନନୀ , ଜନନୀ॥ ସୁନ୍ଦର ଶାଳୀ - ସୁଶୋଭିତ - କ୍ଷେତ୍ର , ଜ୍ଞାନବିଜ୍ଞାନ - ପ୍ରଦର୍ଶିତ - ନେତ୍ର , ଯୋଗୀଋଷିଗଣ - ଊଟଜ - ପବିତ୍ର , ଜନନୀ , ଜନନୀ , ଜନନୀ॥ ସୁନ୍ଦର ମନ୍ଦିର ମଣ୍ଡିତ - ଦେଶା , ଚାରୁକଳାବଳୀ - ଶୋଭିତ - ବେଶା , ପୁଣ୍ୟ ତୀର୍ଥାଚୟ - ପୂର୍ଣ୍ଣ - ପ୍ରଦେଶା , ଜନନୀ , ଜନନୀ , ଜନନୀ॥ ଉତ୍କଳ ଶୂରବର - ଦର୍ପିତ - ଗେହା , ଅରିକୁଳ - ଶୋଣିତ - ଚର୍ଚ୍ଚିତ - ଦେହା , ବିଶ୍ବଭୂମଣ୍ଡଳ - କୃତବର - ସ୍ନେହା , ଜନନୀ , ଜନନୀ , ଜନନୀ॥ https://www.youtube.com/watch?v=jlAu-__43RI English Transliteration - Bande Utkala Janani : Bandē utkaḷa jananī Cāru-hāsamayī cāru-bhāṣamayī, Jananī, jananī, jananī | Pūta-payodhi-bidhauta-śarīrā, Tāḷatamāḷa-suśobhita-tīrā, Śubhra-...